ମୌଳିକ ପଠନର ମୂଲ୍ୟାଙ୍କନ



ପାଠ୍ୟକ୍ରମର ଉଦ୍ଦେଶ୍ୟ : ପିଲାମାନଙ୍କର ମୂଳ ପଠନ କ୍ଷମତାକୁ ବୁଝିବା ପାଇଁ ଏକ ସରଳ ମୂଲ୍ୟାଙ୍କନ କରିବା ଏବଂ ପରିଚାଳନା କରିବା ଏହି ପାଠ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ | ଏହାଦ୍ୱାରା ପ୍ରାଥମିକ ସ୍ତରରେ ପଢୁଥିବା ସମସ୍ତ ପିଲାଙ୍କର ମୂଲ୍ୟାଙ୍କନକୁ ସୁବିଧାଜନକ ଭାବରେ ପରିଚାଳନା କରାଯାଇପାରିବ | ଏହା wwww (whenever, wherever, whatever & whosoever) ଅର୍ଥାତ୍ ଯେତେବେଳେ ବି, ଯେକୌଣସି ସ୍ଥାନରେ, ଯାହା ବି ହେଉ ଏବଂ ଯେକେହି ମଧ୍ୟ ମଡେଲ ଉପରେ ଆଧାରିତ ଅଟେ ଏବଂ ଏହା ପିଲାମାନଙ୍କ ଶିକ୍ଷା ମଧ୍ୟରେ ସମାନତା ଏବଂ ସହଭାଗିତା ବଜାୟ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ବ୍ୟବହୃତ ହୁଏ |

ଭାଷା ନିର୍ମାଣ ଦକ୍ଷତା ଉପରେ କାର୍ଯ୍ୟ କରୁଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ଏହି ପାଠ୍ୟକ୍ରମ ସାମଗ୍ରୀ ଉପଯୋଗୀ ହୋଇପାରେ | ଏହି ପାଠ୍ୟକ୍ରମରେ ଚାରୋଟି ମଡ୍ୟୁଲ ରହିଛି ଯାହା ବିଭିନ୍ନ ଅବଧାରଣାକୁ ଵ୍ୟାଖ୍ୟା କରିଥାଏ ଏବଂ ଏହି ପଠନ ସାମଗ୍ରୀଗୁଡ଼ିକ ମଧ୍ୟ ଭିଡ଼ିଓ ରୂପରେ ଉପଲବ୍ଧ ଅଛି | ଏହି କୋର୍ସ ସହଜ ଓ ଶୀଘ୍ର କରାଯାଇପାରେ | ପିଲାମାନଙ୍କର ମୌଳିକ ପଠନ ସ୍ତରକୁ ଜାଣିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତି ଏହାକୁ କରିପାରିବେ | ପିଲାଙ୍କୁ ବ୍ୟକ୍ତିଗତ ରୂପରେ ମୂଲ୍ୟାଙ୍କନ କରିବା ପାଇଁ ଫର୍ମାଟ୍ ଏବଂ ଟୁଲ୍ ଡାଉନଲୋଡ କରାଯାଇପାରେ | ପିଲାଙ୍କର ସାକ୍ଷରତା ଦକ୍ଷତା ବୃଦ୍ଧି ଏବଂ ହାସଲ କରିବା ପାଇଁ ସହାୟକ ସଂସାଧନ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥାଏ |

ମଡ୍ୟୁଲ୍ ୧- ମୌଳିକ ପଠନର ମୂଲ୍ୟାଙ୍କନର ପରିଚୟ

ଏହି ମଡ୍ୟୁଲ୍ ରେ ଅଂଶଗ୍ରହଣକାରୀଙ୍କୁ ପିଲାଙ୍କର ମୌଳିକ ପଠନକୁ ମାପିବା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ସମ୍ବନ୍ଧରେ ପରିଚୟ ଦିଆଯିବ I ଏହି ମଡ୍ୟୁଲ୍ ରେ ପଠନ ମୂଲ୍ୟାଙ୍କନ ପ୍ରଶ୍ନପତ୍ରରେ ଥିବା କାର୍ଯ୍ୟଗୁଡ଼ିକର ମଧ୍ୟ ଧାରଣା ଦିଆଯାଇଛି I

ମଡ୍ୟୁଲ୍ ୨- ପିଲାଙ୍କ ପାଇଁ ଏକ ସହଜ ବାତାବରଣ ତିଆରି କରିବା

ଏହି ମଡ୍ୟୁଲ୍ ରେ ଅଂଶଗ୍ରହଣକାରୀମାନେ, ପଠନର ମୂଲ୍ୟାଙ୍କନ କରିବା ପୂର୍ବରୁ ପିଲାଙ୍କ ସହ କିପରି ଭଲ ସମ୍ପର୍କ ତିଆରି କରିବେ ଓ ସେମାନଙ୍କୁ କିପରି ସହଜ ବାତାବରଣ ଦେବେ, ତାହା ସୋପାନ ପ୍ରକ୍ରିୟାରେ ବୁଝି ପାରିବେ I

ମଡ୍ୟୁଲ୍ ୩- ମୌଳିକ ପଠନର ମୂଲ୍ୟାଙ୍କନ କିପରି କରିବେ

ଏହି ମଡ୍ୟୁଲ୍ ରେ ଅଂଶଗ୍ରହଣକାରୀମାନଙ୍କୁ ପଠନ ମୂଲ୍ୟାଙ୍କନ ପ୍ରଶ୍ନପତ୍ର ଓ ଶିକ୍ଷାର୍ଥୀଙ୍କୁ ପଠନ ଦକ୍ଷତାର ବିଭିନ୍ନ ସ୍ତର ( ଗପ, ଅନୁଚ୍ଛେଦ, ଶବ୍ଦ, ଅକ୍ଷର ଓ ପ୍ରାରମ୍ଭିକ) ରେ କିପରି ଚିହ୍ନଟ କରାଯିବ ତାହା ବିସ୍ତୃତ ଭାବେ ବୁଝାଯିବ I ବିଭିନ୍ନ କେସ୍ ଷ୍ଟଡିର ବ୍ୟବହାର କରି ଅଂଶଗ୍ରହଣକାରୀମାନେ ମୂଲ୍ୟାଙ୍କନର ପ୍ରକ୍ରିୟା ବୁଝି ପାରିବେ I

ମଡ୍ୟୁଲ୍ ୪- ମୂଲ୍ୟାଙ୍କନର ଫଳାଫଳ ଗୁଡ଼ିକୁ ଏକାଠି କରି ଲେଖିବା

ଏହି ଶେଷ ମଡ୍ୟୁଲ୍ ରେ, ଅଂଶଗ୍ରହଣକାରୀମାନେ ପ୍ରତି ପିଲାଙ୍କର ପଠନର ସ୍ତର କୁ କିପରି ଲେଖିବେ , ସେହି ତଥ୍ୟ କୁ ପିଲାଙ୍କ ସମୂହ ପାଇଁ କିପରି ସଂକ୍ଷିପ୍ତରେ ବିବରଣୀ କରିବେ ଏବଂ କିପରି ଏହି ଫଳାଫଳଗୁଡ଼ିକୁ ସରଳ ଭାବରେ କଳ୍ପନା କରିବେ ଓ ବୁଝିବେ, ତାହା ଶିଖିବେ । ଅଂଶଗ୍ରହଣକାରୀମାନେ ଏହି ମଡ୍ୟୁଲ୍ ରେ ପିଲାମାନଙ୍କ ପ୍ରଗତି କିପରି ମାପିବେ ତାହା ମଧ୍ୟ ବୁଝିବେ। ଏହି ଶେଷ ମଡ୍ୟୁଲ୍ ରେ, ଅଂଶଗ୍ରହଣକାରୀମାନେ ପ୍ରତି ପିଲାଙ୍କର ପଠନର ସ୍ତର କୁ କିପରି ଲେଖିବେ , ସେହି ତଥ୍ୟ କୁ ପିଲାଙ୍କ ସମୂହ ପାଇଁ କିପରି ସଂକ୍ଷିପ୍ତରେ ବିବରଣୀ କରିବେ ଏବଂ କିପରି ଏହି ଫଳାଫଳଗୁଡ଼ିକୁ ସରଳ ଭାବରେ କଳ୍ପନା କରିବେ ଓ ବୁଝିବେ, ତାହା ଶିଖିବେ । ଅଂଶଗ୍ରହଣକାରୀମାନେ ଏହି ମଡ୍ୟୁଲ୍ ରେ ପିଲାମାନଙ୍କ ପ୍ରଗତି କିପରି ମାପିବେ ତାହା ମଧ୍ୟ ବୁଝିବେ।


 
ନୋଟ୍ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ପ୍ରଥମ ଏଜୁକେସନ ଫାଉଣ୍ଡେସନର ସହଯୋଗରେ ଏହି ଫଣ୍ଡାମେଣ୍ଟାଲ ଲିଟେରେସି ଆଣ୍ଡ୍ ନୁମେରେସି (ଏଫଏଲଏନ) କାର୍ଯ୍ୟକ୍ରମର ପାଠ୍ୟକ୍ରମ ସାମଗ୍ରୀ ବିକଶିତ କରିଛି |



Foundational Literacy & Numeracy (FLN) Program